ହାତୀ ଆକ୍ରମଣରେ ଜଣେ ମୃତ

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡ଼ାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବର୍ଦ୍ଧନ ଲାକ୍ରା। ସୂଚନା ଅନୁଯାୟୀ , ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ସେ  ଜଗିଥିବା ବେଳେ ହାତୀ ସେହି ସମୟରେ ଆସି ଦଳି ଦେଇଥିବା ଜଣାପଡ଼ିଛି।
ରାଉରକେଲା ବେଦବ୍ୟାସ ନିକଟ କଲୁଙ୍ଗା ସମିଲ୍‍ ଅଞ୍ଚଳରେ ୧୦ଟି ହାତୀ ପଶି ଆସିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀମାନଙ୍କୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲାଠିକଟା ବ୍ଲକ୍‍ର ୩ଟି ଗ୍ରାମରେ ୧୭ଟି ହାତୀ ପଶି ମଧ୍ୟ ବ୍ୟାପକ ଫସଲ ନଷ୍ଟ କରିଥିବାର ସୂଚନା ମିଳିଛି ।

Leave A Reply