ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମାଗୁଣି ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,  ମାଗୁଣି ବେହେରା (୭୦) ଆଜି ସକାଳ ସମୟରେ ନଦୀ ତଟରେ ଥିବା ନିଜର ଆମ୍ବ ଓ ପଣସ ବଗିଚାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ମାଗୁଣିଙ୍କୁ ଆକ୍ରମଣ କରି ପାଦରେ ଦଳି ଦେଇଥିଲା। ମାଗୁଣିଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହାତୀଟି ପାଦରେ ଦଳି ଚାଲିଯାଇଥିଲା। ଘଟଣାସ୍ଥଳରେ ମାଗୁଣିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

 

Comments are closed.