ଦନ୍ତା ହାତୀ ଆକ୍ରମଣରେ ୨ମୃତ, ଜଣେ ଗୁରୁତର

ଯାଜପୁର : ଯାଜପୁର ଜିଲା ଶଙ୍ଖଚିଲ୍ଲା ଗୋଡିପାଟଣା ଗ୍ରାମରେ ଗୁରୁବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ଇଶ୍ବର ଦାଶ(୬୦) ଏବଂ ଚିନ୍ତାମଣି ରାମ(୫୫)। ଗୁରୁତର ବ୍ୟକ୍ତି ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହାତୀ ଉପଦ୍ରବ ହେତୁ ଜିଲାପାଳ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ କୋରେଇ ବ୍ଲକର ସମସ୍ତ ବିଦ୍ୟାଳୟ(ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ) ଆସନ୍ତା କାଲି ବନ୍ଦ ରହିବ।

Comments are closed.