ହାତୀ ଆକ୍ରମଣରେ ୧ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବସିଆପଡା ଅନ୍ତର୍ଗତ ଇଚ୍ଛାପଳ ଗ୍ରାମର ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନିରଞ୍ଜନ ଭୋଇ। ଅନ୍ୟପକ୍ଷରେ ଆଉ କିଛି ଦୂରରେ ଜଣେ ବୃଦ୍ଧା ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ନିରଞ୍ଜନ ତାଙ୍କ ବଳଦକୁ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହାପରେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଆଜି ତାଙ୍କ ମୃତଦେହ ପାଇଥିଲେ। ଯୁଯୁମୁରା ଆଇଆଇସି ଲୋକନାଥ ସାହୁ ଓ ସଦର ରେଞ୍ଜର ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବୁର୍ଲା ପଠାଇଛନ୍ତି। ତେବେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅନ୍ୟ ପକ୍ଷରେ ସେହି ଦନ୍ତା ହାତୀ ଆଜି ସକାଳେ ମାନେଶ୍ଵର ବ୍ଲକ ବଡ଼ୁଆପଲୀ ପଞ୍ଚାୟତ ଝରଝରି ଗ୍ରାମର ରାଇ ସାଏ ନାମକ ବୃଦ୍ଧା ମହିଳାଙ୍କୁ ଆକ୍ରମଣ କରିଛି କ୍ଷ ଆକ୍ରମଣରେ ବୃଦ୍ଧାଙ୍କ ବାମ ଗୋଡ଼ ଓ ମୁହଁରେ ଗୁରୁତର ଆଘାତ ଲାଗିଛି। ଆହତ ବୃଦ୍ଧାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.