ହାତୀ ଆକ୍ରମଣରେ ଯୁବତୀ ଗୁରୁତର

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ ଥମିବାର ନା ଧରୁନି । ତେବେ ରବିବାର ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଧିଆଣି ରେଞ୍ଜର ଛାଞ୍ଚବଣି ଗ୍ରାମର ଲୀଳାବତୀ ନାୟକ( ୨୨) ନାମକ ଜଣେ ଯୁବତୀ ରବିବାର ୪ ଘଟିକା ସମୟରେ ବାପା କେଶବ ଚନ୍ଦ୍ର ନାୟକଙ୍କ ସହିତ କୁରୁଳିଆ ଗ୍ରାମରୁ ନିଜ ଘର ଛାଞ୍ଚବଣିକୁ ଫେରୁଥିବା ବେଳେ କୁରୁଳିଆ ମଝି ଜଙ୍ଗଲରେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଯୁବତୀ ଜଣଙ୍କ ଗୁରୁତର ହୋଇଛନ୍ତି। ବନ ବିଭାଗ ଖବରପାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି ।
ଗତ ୭ ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ୨/୩ଟା ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ମାଡି ଆସି ବ୍ୟାପକ ଫସଲ କ୍ଷୟକ୍ଷତି କରୁଛନ୍ତି । ସେହିପରି ଏକ ସପ୍ତାହ ମଧ୍ୟରେ ଦୁଇ ଜଣକୁ ହାତୀ ଆକ୍ରମଣ କରି ଗୁରୁତର କରିଛି ।

Comments are closed.