ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମାଆ ଓ ପୁଅ ଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାପା, ମାଆ ଓ ପୁଅ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ରାତିରେ ଇଟାଭାଟି ନିକଟ କୁଡିଆରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରି ପାଦରେ ଦଳି ଦେଇଥିଲା ବୋଲି ସୂଚନା ମିଳିଛି।

Comments are closed.