ହାତୀ ଆକ୍ରମଣରେ ୫ ମୃତ

ତାଳଚେର : ତାଳଚେରରେ ହାତୀ ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ତାଳଚେର ନିକଟ ଷଣ୍ଢ ଗାଁରେ ୪ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ନିକଟସ୍ଥ ସନ୍ଥପଡ଼ାର ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଲୋକଙ୍କୁ ଆକ୍ରମଣ କରିଥିବା ହାତୀକୁ ବନ ବିଭାଗ ଏ ପର୍ଯ୍ୟନ୍ତ ଠାବ କରିପାରି ନାହିଁ। ଯାହକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Comments are closed.