ଦନ୍ତାହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

0

ସୁନ୍ଦରଗଡ଼ : ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲା ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ ଜବଲାଡ଼ିହି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଘଟିଛି। ମୃତ ବ୍ୟକ୍ତି ଜଣକ ଜବଲାଡିହି ଗ୍ରାମର ଫେଜେ ତେରେ(୬୫ ବର୍ଷ)। ସେ ରାତିରେ ଘରେ ଏକା ଶୋଇଥିଲେ। ଏହି ସମୟରେ ଏକ ହାତୀ ତାଙ୍କ ଘର ଭାଙ୍ଗି ଭିତରକୁ ପଶିଯାଇଥିଲା। ହାତୀଟି ତାଙ୍କୁ ଶୁଣ୍ଡରେ ଉଠାଇ ତଳେ କଚାଡି ଦେଇ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗୁରୁବାର ସକାଳେ ଗ୍ରାମବାସୀମାନେ ଏ ବିଷୟରେ ଜାଣିବା ପରେ ପୁଲିସ ଓ ବନ ବିଭାଗ ଅଧିକାରୀଙ୍କୁ ଖବରଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply