ହାତୀ ଆକ୍ରମଣରେ ଜଣେ ଗୁରୁତର

0

ଢେଙ୍କାନାଳ : ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଅନ୍ତର୍ଗତ କନ୍ଦରସିଙ୍ଗା ବାରାଘରିଆ ଗ୍ରାମରେ ଘଟିଛି। ବୁଧବାର ସକାଳେ ଏହି ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କ ନାମ ଯୋଗୀ ନାୟକ। ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଯୋଗୀ ବୁଧବାର ସକାଳେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ହଠାତ ଏକ ଦନ୍ତାହାତୀ ଗ୍ରାମରେ ପହଞ୍ଚି ଯୋଗୀଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା।

Leave A Reply