ଗୋଠ ଛଡା ଦନ୍ତାର ଉପଦ୍ରବ: ଗଛ ଭାଙ୍ଗିଲା, ପନିପରିବା ଖାଇଗଲା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୁଣ୍ଟାପଡା ପଇଦାପାଟଣା ଆଦି ଗ୍ରାମରେ ଗତକାଲି ରାତିରେ ଗୋଠଛଡା ଗୋଟିଏ ଦନ୍ତା ପଶି ବିଭିନ୍ନ ଲୋକଙ୍କ ବାଡିରୁ କଦଳୀ ଗଛ ଭାଙ୍ଗିବା ସହ କୋବି ଫସଲ ଆଦି ଖାଇଯିବା ଅଭିଯୋଗ ହୋଇଛି । ପଇଦାପାଟଣା ଗ୍ରାମର ମନୋରଞ୍ଜନ ପାଣିଗ୍ରାହୀଙ୍କ ବାଡିରେ ପଶି ଦନ୍ତାଟି କଦଳୀ ଗଛଗୁଡ଼ିକ ଭାଙ୍ଗି ଖାଇଯିବା ସହ କଦଳୀ କାନ୍ଦୀ ମଧ୍ୟ ଖାଇ ଯାଇଛି । ବାଡିରେ ହୋଇଥିବା ବାଇଗଣ, କଲରା, କଖାରୁ, ବିଲାତି, ଲଙ୍କା ଫସଲ ମାଡ଼ି ମକଚି ହାତୀଟି ନଷ୍ଟ କରିବା ପରେ ହରିହର ମହାନ୍ତଙ୍କ ବାଡିରେ ପଶି ଫୁଲକୋବି ଓ ବନ୍ଧାକୋବି ଖାଇଯିବା ସହ ମାଡି ମକଚି ନଷ୍ଟ କରିଛି । ଖୁଣ୍ଟାପଡା ନୂଆସାହିର ହେଟା ମୁଣ୍ଡାଙ୍କ ଖଳାରେ ରଖା ଯାଉଥିବା ଧାନ ବିଡା ଏହି ଦନ୍ତାଟି ଖାଇଯାଇଥିବା ଅଭିଯୋଗ ହୋଇଛି ।

Comments are closed.