ହାତୀପଲଙ୍କ ଉପଦ୍ରବ; ଖଳାରେ ପଶି ଖାଇଗଲେ ଧାନ, ବ୍ୟାପକ ଫସଲ ନଷ୍ଟ

କଣ୍ଟାବାଞ୍ଜି : ତୁରେକେଲା ଝରଣ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଥିବା ଜଣାପଡ଼ିଛି। ରାମଡ଼, ରାଉତମୁଣ୍ଡା ଗାଁରେ ୩୦ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନ ଖାଇଯାଇଛନ୍ତି। ହାତୀପଲଙ୍କ ଉପଦ୍ରବ କାରଣରୁ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଙ୍କ ଉପଦ୍ରବ କାରଣରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

Comments are closed.