ଡୁମୁରିଆ ଅଞ୍ଚଳରେ ହାତୀ ଉପଦ୍ରବ, ଉଜାଡି ଦେଲେ ପନିପରିବା ଚାଷ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ୍ୟାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ୨୧ ଘରିଆ ବଣୁଆ ହାତୀ ପଲ ପଶି ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛନ୍ତି । ଗାଁରେ ପଶି ଏହି ହାତୀ ପଲ ଜମିରେ ଲଗା ଯାଇଥିବା ଫୁଲକୋବି ଓ ବନ୍ଧାକୋବି ଖାଇଯିବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଏହି ହାତୀ ପଲ ଖୋଜରେ ବିପୁଳ ପରିମାଣର ଫୁଲକୋବି ଓ ବନ୍ଧାକୋବି ନଷ୍ଟ ହୋଇଯାଇଛି । ପନିପରିବା ଚାଷ ନଷ୍ଟ କରିବା ପରେ ଏହି ହାତୀ ପଲ ପାଚିଲା ଧାନ କ୍ଷେତ ମୁହାଁ ହୋଇଥିଲେ । ଗ୍ରାମର କିଛି ଜମିରେ ପଶି ଧାନ ଫସଲ ଖାଇ ଯିବା ପରେ ଆଜି ସକାଳୁ ଏହି ହାତୀ ପଲ ଘଟଗାଁ ବନ୍ୟାଞ୍ଚଳ ସୀମାକୁ ଚାଲି ଯାଇଥିବା ଜଣାପଡିଛି ।

Comments are closed.