ଅଦିନିଆ ବର୍ଷା ସାଙ୍ଗକୁ ହାତୀ ଉପଦ୍ରବ; ଧାନ ଫସଲ ନଷ୍ଟ

ପାଟନା : ଶୁକ୍ରବାର ରାତି ବର୍ଷା କାରଣରୁ ବିଲରେ ପାଚିଥିବା ଧାନ ଅମଳରେ ବାଧା ସୃଷ୍ଟି ହେବା ସହ କଟା ଯାଇଥିବା ଧାନ ଘରକୁ ଆଣାଯାଇ ପାରିନାହିଁ। ଏପରି ସ୍ଥଳେ ରାତିବେଳା ଜଙ୍ଗଲୀ ହାତୀ ବିଲରେ ପଶି ଧାନ ଖାଇଦେବା ସହ ନଷ୍ଟ କରୁଥିବା ବାଉଁଶୁଳୀ ପଂଚାୟତ ଅଂଚଳରୁ ଅଭିଯୋଗ ଆସିଛି। ଭାଲୁଘର ଜଙ୍ଗଲରେ ରହୁଥିବା ହାତୀପଲ ବାଉଁଶୁଳୀ ପଂଚାୟତର ଭୁଲୁଦା, ହୀରାପଶି ଓ ଝଲରା ଗ୍ରାମର ଚାଷଜମିରେ ପଶି ଧାନ ଖାଇଥିବା ସହ ମାଡ଼ି ମକଚି ଫସଲ ନଷ୍ଟ କରିଛନ୍ତି। ଭୁଲୁଦା ଗ୍ରାମର ସୀତାରାମ ମାଝୀ, ମହେନ୍ଦ୍ର ନାଏକ, ରତ୍ନାକର ମାଝୀଙ୍କ ବିଲରୁ ଧାନ ଖାଇଥିବା ବେଳେ ଝଲରା ଗ୍ରାମର ସାହେବ ମୋଦିଙ୍କ ବିଲରୁ ଧାନ ଖାଇଛନ୍ତି । ସେହିପରି ହୀରାପଶି ଗ୍ରାମର ନବୀନ ମାଝୀଙ୍କ ଖଳାରୁ ୧୩ ତାରିଖ ହାତୀପଲ ଧାନବିଡା ଖାଇଯାଇଥିବା ଅଭିଯୋଗ ହୋଇଛି।