ନାବାଳିକାକୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାଟଣା: ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ ହାତୀ କଚାଡି ମାରିବା ପରେ ମେଦିନିପୁରରେ ଦୁଇଟି ଘର ଓ ଭଣ୍ଡାରିବିଲାରେ ଜଣଙ୍କର ଘର ଦନ୍ତା ହାତୀ ପଲ ଭାଙ୍ଗି ଦେଇଛନ୍ତି। ନାବାଳିକାର ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ୨୨୦ ନମ୍ବର ରାଜପଥର ବଡ଼ବିଲ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପାଟଣା ପୁଲିସ ଓ ବନବିଭାଗ ପହଞ୍ଚି କ୍ଷତିପୂରଣ ବାବଦକୁ ନଗଦ ୩୦ହଜାର ଦେବା ପରେ ରାସ୍ତାରୋକ ହଟିଛି। ଏଥିସହ ଏହି ଦନ୍ତା ପଲ ଗୁଳୁଦିପଶି ଗ୍ରାମରେ ଦୁଇ ଘର ତୁଳସୀପୁର ଗୋଟିଏ ଘର, ଡୁମୁରିଡିହା ଗ୍ରାମରେ ଗୋଟିଏ ଘରକୁ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ଦନ୍ତାହାତୀ ଏବେ ଦହିବହାଳି ଗାଁ ନିକଟ ଗୋବରାବେଡା ରିଜର୍ଭ ଫରେଷ୍ଟରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ଘଉଡାଇବା ପାଇଁ ବନ ବିଭାଗ ଉଚିତ୍ ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

Comments are closed.