ପୁଣି ଲେଉଟିଲେ ୨୨ ଝାଡ଼ଖଣ୍ଡ ହାତୀ ; ଲୋକେ ଆତଙ୍କିତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ଝାରଖଣ୍ଡ ଅଞ୍ଚଳରୁ ୨୨ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଶୁକ୍ରୃଳି ବ୍ଲକ କରଞ୍ଜିଆ ରେଞ୍ଜ ଗାଲୁସାହି ପଞ୍ଚାୟତ ଘରମାବେଡା ଓ ଖପରାସାହି ଗ୍ରାମରେ ଆତଙ୍କ ସୃଷ୍ଟି କରିଛନ୍ତି । ଗତ କାଲି ବିଭିନ୍ନ ଧାନ କ୍ଷେତରେ ପଶି ବ୍ୟାପକ ଧାନ ଫସଲ କ୍ଷୟକ୍ଷତି କରିବା ଦେଖିବାକୁ ମିଳିଥିଲା। ସେହିପରି ଶନିବାର ହାତୀପଲ ବାହାରି ଜଙ୍ଗଲ ନିକଟରେ ଥିବା ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି । ତେବେ ଦିନ ୩ଟାରୁ ହାତୀପଲ ଜଙ୍ଗଲରୁ ବାହାରି ଆସୁଥିବା ବେଳେ ବନ ବିଭାଗର ଦେଖା ନାହିଁ । ଯାହା ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସମୟରେ ବନବିଭାଗର ଅବହେଳା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଏହାର ଚରମ ଅବହେଳା ଦେଖିବାକୁ ମିଳିଛି । ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.