ଗାଁ ଭିତରେ ହାତୀପଲ, ଗ୍ରାମବାସୀ ଭୟଭୀତ

0

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ରବିବାର ସକାଳ ସମୟରେ ୧୨ ରୁ ଅଧିକ ହାତୀ ଗାଁ ଭିତରକୁ ପଶି ଆସିଛନ୍ତି। ପାଚେରୀ ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି। ଖାଲି ଗୁଡ଼ିଆଳ ଗାଁ ନୁହେଁ ଘୁସୁରା, ଅଲେଖପୁର ଅଞ୍ଚଳରେ ମଧ୍ୟ ହାତୀପଲ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଗାଁ ଭିତରେ ହାତୀପଲ ପଶିବା ଫଳରେ ଲୋକେ ଭୟଭୀତ ହୋଇଛନ୍ତି।

Leave A Reply