ହାତୀକୁ ଇଚ୍ଛାମୃତ୍ୟୁ ଅନୁମତି 

0

ଚେନ୍ନାଇ: ବଞ୍ଚିବାର ଆଶା ନ ଥିବା ଏବଂ କୃତ୍ରିମ ଚିକିତ୍ସା ପଦ୍ଧତିରେ ଦୀର୍ଘ ଦିନ ଧରି ବଞ୍ଚି ରହିଥିବା ମଣିଷକୁ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ମାତ୍ର ହାତୀକୁ ଇଚ୍ଛାମୃତ୍ୟୁ ଅନୁମତି ଦେବା ଘଟଣା ଦେଶରେ ପ୍ରଥମ ଥର ପାଇଁ ଘଟିଛି। ସାଲେମ୍‍ର ଆରୁଲମିଗୁ ସୁଗାଭାନେଶ୍ୱର ମନ୍ଦିରର ରାଜେଶ୍ୱରୀ ନାମକ ଏକ ହାତୀ ଦୀର୍ଘ ଦିନ ଧରି ଅସୁସ୍ଥ ଅଛି। ଆଗ ବାମ ଗୋଡ଼ରେ ଆଘାତ ଜନିତ ଯନ୍ତ୍ରଣାରେ ରାଜେଶ୍ୱରୀ ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗୁଛି। ମାସ ମାସ ଧରି ପଡ଼ି ରହିବା ପରେ ରାଜେଶ୍ୱରୀର ଶରୀରରେ ଘା’ ହୋଇଯାଇଛି। ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ବୋଲି ପଶୁ ଡାକ୍ତରମାନେ କହିବା ପରେ ରାଜେଶ୍ୱରୀର ମୃତ୍ୟୁ ପାଇଁ ଅନୁମତି ଦେବାକୁ ଚେନ୍ନାଇ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି।

Leave A Reply