ପୁଣି ନୀଳଗିରିରେ ହାତୀ ଆତଙ୍କ

0

ବାଲେଶ୍ବର : ନୀଳଗିରିରେ ପୁଣି ହାତୀପଲଙ୍କ ଆତଙ୍କ ସୃଷ୍ଟି ହୋଇଛି। ଝାଡଖଣ୍ଡରୁ ୪୦ରୁ ଅଧିକ ହାତୀ ବାଲେଶ୍ବର ଜିଲା ନୀଳଗିରି ମଧ୍ୟକୁ ପଶି ଆସି ଉପଦ୍ରବ ଚଳାଇଥିବା ଦେଖିବାକୁ ମିଳିଛି। ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଫସଲ ନଷ୍ଟ କରିଛନ୍ତି। ଚାଷ ଜମି ମଧ୍ୟ ଦେଇ ହାତୀ ଚଳପ୍ରଚଳ କରିବା ଯୋଗୁଁ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଯାଇଛି। ହାତୀପଲଙ୍କ ଉତ୍ପାତ ଯୋଗୁଁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply