ଧାନ ଫସଲ ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

0

ବାରଙ୍ଗ : ଡମପଡ଼ା ରେଞ୍ଜ ଅନ୍ତର୍ଗତ ବାଅାଁରା ଅଞ୍ଚଳରେ ଦୁଇଦିନ ହେଲା ହାତୀପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ୧୦ ତାରିଖ ବିଳମ୍ବିତ ରାତିରେ ପଶିଆପୋଖରୀ ଉପର ଅଞ୍ଚଳରେ ଥିବା ଧାନବିଲ ଓ ପରିବା ଫସଲ ଖାଇବା ସହ ଦଳିଚକଟି ନଷ୍ଟଭ୍ରଷ୍ଟ କରିଛନ୍ତି। କୂଅମଡ଼ା ଗ୍ରାମର ଚାଷୀ ଶୁକ ଭୋଇ ଓ ବିପିନ ଭୋଇ ଉଭୟଙ୍କର ପ୍ରାୟ ୩ଏକରରୁ ଊର୍ଦ୍ଧ୍ବ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ସେହିପରି ବୁଧବାର ବିଳମ୍ବିତ ରାତିରେ ବାଅାଁରା ଗ୍ରାମର ଚାଷୀ ରମେଶ ଚନ୍ଦ୍ର ରାଉତଙ୍କ ୩ଏକର, ମୁରଲୀଧର ପ୍ରଧାନଙ୍କର ୩ ଏକରରୁ ଊର୍ଦ୍ଧ୍ବ, ସୁକାନ୍ତ ରାଉତଙ୍କ ଅଢ଼େଇ ଏକରରୁ ଊର୍ଦ୍ଧ୍ବ ଓ ମୋହନ ରାଉତଙ୍କର ଅଢ଼େଇ ଏକରରୁ ଊର୍ଦ୍ଧ୍ବ ଧାନଫସଲ ଦଳିମନ୍ଥି ନଷ୍ଟ କରିଦେଇଛନ୍ତି। ଥୋଡ଼ ଧାନ ନଷ୍ଟ ହେବା ଦ୍ୱାରା ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି ଜଣାଇଛନ୍ତି।

Leave A Reply