ବଡପଡା ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

0

ବଣାଇ : ବଣାଇ ବନଖଣ୍ଡ ଜର୍ଡା ରେଞ୍ଜ ଅଧୀନ ମଜୁରଡିମା ବଡପଡା ସଂରକ୍ଷିତ ଜଙ୍ଗଳରେ ଏକ ମାଈ ହାତୀର ମୃତ୍ୟୁ ଘଟିଛିି। ମୃତ୍ୟୁର ୨ଦିନ ପରେ ଖବର ପାଇ ବନବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ମୃତହାତୀର ଶବବ୍ୟବଚ୍ଛେଦ କରିବା ସହ ପୋତି ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବଣାଇ ବନଖଣ୍ଡ ଅନ୍ତର୍ଗତ କେଲୋ ବିଟ ଅଧୀନ ବଡପାହାଡ ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ଦୀର୍ଘ ୧୫ ଦିନ ହେବ ଏଣେ ତେଣେ ଘୁରି ବୁଲୁଥିବାବେଳେ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଥିଲେ। ଏହାକୁ ବନବିଭାଗ ଗୁରୁତ୍ୱ ଦେଇ ନଥିବାଫଳରେ ହାତୀର ମୃତ୍ୟୁ ହୋଇଥିଲା। ଖବରପାଇ ବଣାଇ ଏସିଏଫ ଜେପି ସିଂହ ଏବଂ ଲହୁଣିପଡା ଭିଏସ ଡାକ୍ତର ସୁଧାକର ବେହେରା, ଜର୍ଡା ଭିଏସ ଡାକ୍ତର ସୁବାସ ଚନ୍ଦ୍ର ସାହୁଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତ ହାତୀର ଶବବ୍ୟବଚ୍ଛେଦ କରାଇବା ସହ ହାତୀଟିକୁ ପୋତି ଦେଇଥିବାର ଜଣାପଡିଛି।

Leave A Reply