ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଗୋପାଳପୁର : ମାଣ୍ଡିଆପଲ୍ଲୀ ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ରବିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ  (ଓୟୁଏଟି) କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ମତ୍ସ୍ୟ ପାଳନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ରାଜ୍ୟରେ ନୀଳ ବିପ୍ଳବ ସମ୍ଭବ ହେଇ ପାରିବ ଏଵଂ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି କୁଳପତି ପ୍ରଫେସର ରାଉଳ କହିଛନ୍ତି। ମହାବିଦ୍ୟାଳୟ ପରିସର ମଧ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪ କୋଟି ଟଙ୍କା ବ୍ୟୟରେ ମତ୍ସ୍ୟ ପ୍ରକ୍ରିୟା କରଣ ତାଲିମ କେନ୍ଦ୍ର, ଓଡ଼ିଶା ସରକାର ୫-ଟି ଅନ୍ତର୍ଭୁକ୍ତ ୧.୨୦ କୋଟି ଟଙ୍କା ବ୍ୟୟରେ ମତ୍ସ୍ୟ ପ୍ରକ୍ରିୟା କରଣ ପ୍ରୟୋଗ ଶାଳକ୍ଷ, ଶୈବକ୍ଷଳ ଚାଷ ଓ ପଳଙ୍କକ୍ଷରିକ ମତ୍ସ୍ୟ କେନ୍ଦ୍ର, ୧୦ କୋଟି ଟଙ୍କା ବ୍ୟୟରେ ମା ଭୈରବୀ ଛାତ୍ରୀ ନିବାସ ଏବଂ କୃଷ୍ଣ ଚନ୍ଦ୍ର ଦେବ ଛାତ୍ରାବାସର ନବୀକରଣ ଭବନ ଆଦି ଉଦଘାଟନ କରିଥିଲେ।

ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ଓୟୁଏଟି ଭୁବନେଶ୍ୱର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ, ଯୋଜନା ଓ ତଦାରଖ ନିର୍ଦ୍ଦେଶକ ପ୍ରଫେସର ଦୟାନିଧି ମିଶ୍ର, ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ସୌମେନ୍ଦ୍ର ନନ୍ଦ, ଡାଲି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡଃ ନିରଞ୍ଜନ ସେନାପତି, ଗଞ୍ଜାମ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ସସ୍ମିତା ମହାନ୍ତି ଓ ଡ଼ଃ ସୂତନୁ ଶତପଥୀ, ବହୁ ବୃତ୍ତି କୃଷି ବୈଷୟିକ କେନ୍ଦ୍ରର ଅଧକ୍ଷ ଡ଼ଃ ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ କାର୍ଯ୍ୟକ୍ରମ ପରେ ଓୟୁଏଟି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଗବେଷକ ଓ ଗଵେଷିକାଙ୍କ ସହ ସେମିନାର ହଲଠାରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ବସନ୍ତ କୁମାର ଖୁଣ୍ଟିଆ, ପ୍ରଫେସର ସନ୍ତୋଷ କୁମାର ଉଦଗାତା, ଡ଼ଃ ନିତ୍ୟାନନ୍ଦ ଦାସ, ଡ଼ଃ ସୁଶାନ୍ତ ପାତ୍ର, ଡ଼ଃ ଧରଣୀ ଚୌଧୁରୀ, ଡ଼ଃ ବୃନ୍ଦାବନ ସାହୁ, ଡ଼ଃ ମନୋଜ ତ୍ରିପାଠୀ, ଡ଼ଃ ସତ୍ୟ ଜିତ୍ ଭୁୟାଁଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଛାତ୍ର-ଛାତ୍ରୀ ଗବେଷକ ଗାବେଷିକା ଉପସ୍ଥିତ ଥିଲେ।

Comments are closed.