କେଉଟପଡାରେ ବିଦ୍ୟୁତ୍ ଚୋରି; ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଗୁରୁଡିଝାଟିଆ : ଆଠଗଡ ଟିପିସିଓଡିଏଲ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଅଘୋଷିତ ବିଦ୍ୟୁତକାଟରେ ମଧ୍ୟ ସର୍ବାଗ୍ରେ ରହିବେ ବୋଲି ଆଲୋଚିତ ହେଉଛି। ଦିନକୁ ଦୁଇରୁ ତିନି ଘଣ୍ଟା ଲେଖାଏଁ ବିଦ୍ୟୁତ୍ କାଟି ଉପଭୋକ୍ତାଙ୍କୁ ଦହଗଞ୍ଜ କରୁଛନ୍ତି। ବର୍ଷା, ପବନ, ଘଡଘଡି ନଥାଇ ମଧ୍ୟ ମନଇଚ୍ଛା ବିଦ୍ୟୁତ୍ କାଟ କରୁଛନ୍ତି। ପଚାରିଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଅନେକ ସ୍ଥାନରେ ଖୁଲମଖୁଲା ଭାବରେ ବିଦ୍ୟୁତ୍ ଚୋରି ହେଉଛି। ହୁକ ପକାଇ ୱେଲଡିଂ, ପାଂବ୍ରିକେସନ କାର୍ଯ୍ୟ, ହିଟର, ପାଣିପମ୍ପ ଚଳାଉଛନ୍ତି। ବର୍ଷ ବର୍ଷ ଧରି ଏଭଳି କାର୍ଯ୍ୟ ଚାଲୁଛି। ଯାହାଫଳରେ କି ଉପଭୋକ୍ତାମାନେ ସଠିକ୍ ବିଦ୍ୟୁତ୍ ପାଇପାରୁନାହାନ୍ତି। ଲାଗିଥିବା ଟ୍ରାନ୍ସଫର୍ମରଗୁଡିକ ଅତ୍ୟଧିକ ଚାପ ଯୋଗୁଁ ଅଳ୍ପ ଦିନରେ ଅକାମି ହୋଇପଡୁଛି। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କେଉଟପଡା ଗାଁରେ ହୁକ ସମାସ୍ୟା ବଢି ବଢି ଚାଲିଛି। ବେଆଇନ ହୁକ ପକାଇ ବିଦ୍ୟୁତ୍ ଚୋରି ହେଉଛି। ଏହାଦ୍ୱାରା ପ୍ରକୃତ ଉପଭୋକ୍ତାମାନେ ଲୋ ଭୋଲଟେଜର ସମ୍ମୁଖିନ ହେଉଛନ୍ତି। ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ। ଏଥିରୁ ବାରି ହୋଇପଡୁଛି କିଛି ଭିତିରି ଅଘୋଷିତ ସଂପର୍କ ଅଛି ବୋଲି। ନଚେତ୍ ବିଦ୍ୟୁତ ଚୋରି ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ କ’ଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?