କଳା ବ୍ୟାଚ ପରିଧାନ କରି ବିଦ୍ୟୁତ କର୍ମଚାରୀଙ୍କ ପ୍ରତିବାଦ

ସମ୍ବଲପୁର : ରାଜ୍ୟର ସମସ୍ତ ବିଦ୍ୟୁତ କର୍ମଚାରୀ ଓ ଅଧିକାରୀ ସଂଘ ମାନେ ବିଭିନ୍ନ ଦାବୀ ପୂରଣ ପାଇଁ ମିଳିତ ଭାବରେ ସୋମବାର କଳା ବ୍ୟାଚ ପିନ୍ଧି ପ୍ରତିବାଦ ଦିବସ ସୋମବାର ପାଳନ କରିଛନ୍ତି। ନ୍ୟାସନାଲ କୋଅର୍ଡିନେସନ କମିଟି ଅଫ ଇଲେକଟ୍ରିସିଟି ଏମ୍ପଲୋଇ ଓ ଇଞ୍ଜିନିୟର ସଂଘ ଅର୍ନ୍ତଗତ ସର୍ବ ଭାରତୀୟ ବିଦ୍ୟୁତ ଫେଡେରେସନଗୁଡିକ ଯଥା- ଇଇଏଫଆଇ, ଏଆଇପିଇଏଫ, ଏଆଇପିଏଫ, ଏଆଇଏଫଓପିଡିଇ ଆଦି ସଙ୍ଗଠନର ଡାକରାରେ ୱେର୍ଷ୍ଟନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ, ଇଞ୍ଜିନିୟର ଏସୋସିଏସନ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ଓ ଅନ୍ୟାନ୍ୟ ସଂଘ ଏବଂ ମହାସଂଘମାନେ ରାଜ୍ୟରେ ସୋମବାର କଳା ଦିବସ ପାଳନ କରିଛନ୍ତି। ସମ୍ବଲପୁରର କାଳିବାଡି ଭିଏସଏସ ମାର୍ଗ, ଅଇଁଠାପାଲି ମଣ୍ଡଳ କାର୍ଯ୍ୟାଳୟ, ଭୂତାପଡା ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ଓ ଇଞ୍ଜିନିୟରମାନେ କଳାବ୍ୟାଚ ପିନ୍ଧି କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଉପଭୋକ୍ତା ମାରଣ ନିତିକୁ ବିରୋଧ କରିଛନ୍ତି। ବିଦ୍ୟୁତ କ୍ଷେତ୍ରର ଘରୋଇ କରଣ ବନ୍ଦ, ବିଦ୍ୟୁତ ନିୟମ ସଂଶୋଧନ ବିଧେୟକ ୨୦୨୦କୁ ପ୍ରତ୍ୟାହାର, ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ଖାଲି ପଡିଥିବା ସ୍ଥାନରେ ନିୟମିତ ଭାବରେ ଭର୍ତ୍ତି କରିବା, ବିଦ୍ୟୁତ କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ୫୦ ଲକ୍ଷ ଟଙ୍କାର ବୀମା ଯୋଜନା ଅର୍ନ୍ତଭୁକ୍ତ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ସଂସ୍ଥା ଗୁଡିକୁ କରାଯାଉଥିବା ଘରୋଇକରଣକୁ ବନ୍ଦ କରିବା ଇତ୍ୟାଦି ଦାବିକୁ ନେଇ ପ୍ରତିବାଦ କରାଯାଇଥିଲା। ଯଦି ସରକାର ୱେସ୍କୋକୁ ଘରୋଇକରଣ କରିବେ ତାହାହେଲେ ତାକୁ ପ୍ରବଳ ବିରୋଧ କରାଯିବ। କୌଣସି ଘରୋଇ ସଂସ୍ଥାକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଆଜିର ପ୍ରତିବାଦରେ ସମସ୍ତ ସଂଘ ତରଫରୁ କୁହାଯାଉଛି। ଏଥିରେ ଡବ୍ଲ୍ୟୁଓବିଏସଏମର ରାଜ୍ୟ ସମ୍ପାଦକ ଲଳିତ କୁମାର ପଟ୍ଟନାୟକ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଣୟ କୁମାର ନାୟକ, ଜଗନ୍ନାଥ ବାରିକ, ରଞ୍ଜିତ ଗୟା, ସଞ୍ଜିତ ନାୟକ, ଦେବୀପ୍ରସାଦ ସାମଲ, ବିଭୂତି ଭୂଷଣ ଶତପଥୀ, ପ୍ରଦୀପ୍ତ ଖିଲାର, ସୃଜୟ ପଢ଼ିଆରୀ, ସନ୍ତୋଷ ସାହୁ, ଶରତ ସାହୁ, ଅଜୟ ମହାପାତ୍ର, ପବିତ୍ର ଖୁଣ୍ଟିଆ, ସୁନୀଲ ସିଂ, ପଦ୍ମଲୋଚନ ସାହୁ, ପ୍ରତୁଲ ମହାନା, ବିଶ୍ୱନାଥ ସାହୁ, ଆତିଶ ପଣ୍ଡା, ରଞ୍ଜିତ ଲେଙ୍କା, ସୁଶୀଲ କୁମାର ସେଠ, ଦିବ୍ୟଲୋଚନ ସାହୁ, ରଞ୍ଜିତ ମହାପାତ୍ର, ସତ୍ୟ ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଥିଲେ।

Comments are closed.