ନିଯୁକ୍ତି ସୁଯୋଗ ସଚେତନତା ସୃଷ୍ଟି କରିବ ଇଲେକ୍ଟ୍ରୋନିକ-ରୋଜଗାର ସମାଚାର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରୋଜଗାର ସମାଚାରର ଇଲେକ୍ଟ୍ରୋନିକ-ସଂସ୍କରଣ ଲୋକାର୍ପଣ କରିଛନ୍ତି। ଚାକିରି ଆଶାୟୀମାନଙ୍କୁ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ସରକାରୀ ଚାକିରି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ ଏହା ଆରମ୍ଭ କରାଯାଇଛି। ବିଶେଷ କରି ଯୁବ ପିଢ଼ି ଅଧିକରୁ ଅଧିକ ଇଲେକ୍ଟ୍ରୋନିକ ମାଧ୍ୟମର ବହୁଳ ବ୍ୟବହାର କରୁଥିବାରୁ ଇଲେକ୍ଟ୍ରୋନିକ-ରୋଜଗାର ସମାଚାର ଦ୍ୱାରା ସେମାନଙ୍କ ପାଇଁ କ୍ୟାରିୟର ସମ୍ବନ୍ଧୀୟ ଲେଖା ଜରିଆରେ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ, ନାମଲେଖା ସୂଚନା, ଚାକିରୀ ବିଜ୍ଞାପନ ଓ ମାର୍ଗଦର୍ଶନ ଦିଆଯାଇ ପାରିବ।

ଏହି ଜର୍ଣ୍ଣାଲର ମୂଲ୍ୟ ଛାପା ସଂସ୍କରଣ ମୂଲ୍ୟର ୭୫ ପ୍ରତିଶତ ରଖାଯାଇଛି। ଏହା ୪୦୦ ଟଙ୍କା ବାର୍ଷିକ ଶୁଳ୍କରେ ଉପଲବ୍ଧ। employmentnews.gov.in ୱେବସାଇଟରେ ଇ-ଭର୍ସନ ଟ୍ୟାବରେ କ୍ଲିକ କରି ଏହା ଦେଖାଯାଇ ପାରିବ।

Comments are closed.