ଆସୁଛି ଇଲେକ୍‌ଟ୍ରୋନିକ୍‌ ମାସ୍କ

ବର୍ଲିନ୍ : କରୋନା ମହାମାରୀ ସହ ପରିଚିତ ହେବା ପରେ ବିଶ୍ବସ୍ତରରେ ଗରିବଠାରୁ ଧନୀ ସମସ୍ତେ ମାସ୍କ ପିନ୍ଧିବାକୁ ଉଚିତ୍ ମଣୁଛନ୍ତି। ବର୍ତ୍ତମାନ ସମୟରେ ମାସ୍କ ଏକ ଷ୍ଟାଇଲ୍ ଷ୍ଟେଟମେଣ୍ଟ ଭାବେ ପରିଚିତ। ବିଶ୍ବସ୍ତରୀୟ ନାମୀ ଫେଶନ୍ ହାଉସ୍‌ଗୁଡ଼ିକ ବିଭିନ୍ନ ଡିଜାଇନର ମାସ୍କ ପ୍ରସ୍ତୁତ କରୁଥିବାର ଦେଖାଯାଉଛି। ବିଦେଶୀ ନାମୀ ବ୍ରାଣ୍ଡର କମ୍ପାନୀ ତିଆରି କରୁଥିବା ଗୋଟିଏ ଗୋଟିଏ ମାସ୍କର ମୂଲ୍ୟ ୨୫-୩୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। ଏସବୁ ଭିତରେ ବଜାରରେ ଖୁବ୍ ଶୀଘ୍ର ପ୍ରବେଶ କରିବାକୁ ଯାଉଛି ‘ଇଲେକ୍‌ଟ୍ରୋନିକ୍ ମାସ୍କ’। ସେପ୍ଟେମ୍ବର ୩ରେ ଜର୍ମାନୀର ବର୍ଲିନ୍ ‌ଠାରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀରେ ଏହି ମାସ୍କ ପ୍ରଦର୍ଶିତ ହେବ। ଦୁଇଟି ଅତ୍ୟାଧୁନିକ ଫିଲଟର୍‌ ଲାଗିଥିବା ମାସ୍କରେ ଡୁଆଲ୍ ଫ୍ୟାନ୍, ରେସପିରେଟୋରୀ ସେନ୍ସର୍ କାରଣରୁ ପିନ୍ଧିଥିବା ବ୍ୟକ୍ତି ପରିଷ୍କାର ଅମ୍ଳଜାନ ନେଇପାରିବେ। ମାସ୍କରେ ଖଞ୍ଜା ହୋଇଥିବା ୟୁଭି ଏଲଇଡି ଲାଇଟ୍‌ ଜୀବାଣୁକୁ ନଷ୍ଟ କରିଥାଏ। ୮୨୦ ଏମ୍‌ଏଏଚ୍ ବ୍ୟାଟେରୀ ଦ୍ବାରା ପରିଚାଳିତ ମାସ୍କର ମୂଲ୍ୟ ୧୦ହଜାର ଟଙ୍କା ରହିବ ବୋଲି ବିଶେଷଜ୍ଞ କହିଛନ୍ତି। ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଇଲେକ୍‌ଟ୍ରୋନିକ୍ ମାସ୍କ ବଜାରରେ ଉପଲବ୍ଧ ହେବ।

Comments are closed.