ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଜୁରୀ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ୱର: ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ଦୈନିକ ଖାଦ୍ୟ ବାବଦକୁ ୧୫୦ ଟଙ୍କା ସହ ମଜୁରୀ ବୃଦ୍ଧି ପାଇଁ ନିଷ୍ପତି ହୋଇଛି। ଏଥିରେ ଓଡ଼ିଶାର ୪୦୦୦, ଆନ୍ଧ୍ରର ୬୦୦୦ ଏବଂ କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଶ୍ରମିକମାନେ ଉପକୃତ ହେବେ।ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ୧ ମାସ ଓ ୫ ଲକ୍ଷରୁ ଊର୍ଦ୍ଧ୍ବ ମୂଳ୍ୟର କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ସୀମା ୨ ମାସ ସ୍ଥିର କରାଯାଇଛି।

ବିଦ୍ୟୁତ ତ୍ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ଅଣକୁଶଳୀ ଶ୍ରମିକମାନଙ୍କ ପାରିଶ୍ରମିକ ୨୮୦ ଟଙ୍କାରୁ ୪୨୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ପାରିଶ୍ରମିକ ୩୨୦ ଟଙ୍କାରୁ ୪୮୦ ଟଙ୍କା ଓ କୁଶଳୀ ଶ୍ରମିକମାନଙ୍କ ପାରିଶ୍ରମିକ ୩୭୦ ଟଙ୍କାରୁ ୫୫୫ ଟଙ୍କାକୁ ବୃଦ୍ଧି କରାଯାଇଛି।

Comments are closed.