ବିଦ୍ୟୁତ ବିଭ୍ରାଟ ନେଇ ଆଗଲପୁରରେ ଅସନ୍ତୋଷ

ଆଗଲପୁର : ଗତ ୨ ଦିନ ହେବ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଆଗଲପୁର ବ୍ଲକ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ୨ ଦିନ ହେବ ବିଦ୍ୟୁତ ଅଧଘଣ୍ଟା ରହିଲେ ୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଫଳରେ ଜନସାଧାରଣ ଅସୁବିଧା ଭୋଗୁଛନ୍ତି। ବର୍ତ୍ତମାନ ସମସ୍ତ ବିଦ୍ୟାର୍ଥୀମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି। ମୋବାଇଲ ଗୁଡିକ ସବୁ ସମୟରେ ଚାର୍ଜ କରିବାର ଆବଶ୍ୟକ ପଡୁଛି। କିନ୍ତୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ମୋବାଇଲ ଗୁଡିକ ଚାର୍ଜ ରହୁ ନଥିବାରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆଗଲପୁର ବିଦ୍ୟୁତ ଗ୍ରିଡର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ବରପାଲିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବା କହିଛନ୍ତି। ବୁଧୁବାର ଦିନ ତମାମ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି।

Comments are closed.