ବିଦ୍ୟୁତ୍ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ କଟାଗଲା ଅନାବନା ଗଛ   

ବାଙ୍କୀ : ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକରେ ଗଛଲତା ମାଡିଯାଇଥିବା ବେଳେ ବଡବଡ ଗଛ ମଧ୍ୟ ତାର ଉପରେ ମାଡି ରହୁଥିବା ଦେଖାଯାଉଥିଲା । ଫଳରେ ଅନେକ ସମୟରେ ବାଙ୍କୀରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ବ୍ୟାହତ ହେଉଥିଲା। ଆଜି ବାଙ୍କୀ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ଅଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବରାଳ ଉପସ୍ଥିତ ରହି ଶିଶୁଆ ଠାରୁ ଶିମିଳିପୁର ପର୍ଯ୍ୟନ୍ତ ଜନସାଧାରଣଙ୍କୁ ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାପାଇଁ ବିଦ୍ୟୁତ୍ ତାର ଉପରୁ ଅନାବଶ୍ୟକ ଗଛ କାଟି ହଟାଇଥିବା ଦେଖିବାକୁ ମିଳିଥିଲା । ଜାତମୁଣ୍ଡିଆ ମେଣ୍ଟେନାନ୍ସ୍ ଷ୍ଟାଫ୍ ଏବଂ ୩୩ କେଭି ଖୋର୍ଦ୍ଧା ଏଜେନ୍ସି ଷ୍ଟାଫ୍‌ମାନେ ଉପସ୍ଥିତ ରହି ବିଭିନ୍ନ ସ୍ଥାନରୁ ତାର ଉପରୁ ଗଛ କାଟିଥିଲେ ।

Comments are closed.