ଅସହ୍ୟ ଗରମ ସାଙ୍ଗକୁ ବିଜୁଳିର ଲୁଚକାଳି ଖେଳ ; ଅତିଷ୍ଟ ସ୍ଥାନୀୟବାସୀ

ଜି.ଉଦୟଗିରି : ଗ୍ରୀଷ୍ମ ପ୍ରବାହ ଦାଉ ସାଧୁଥିବା ବେଳେ ଟିକାବାଲି ଅଞ୍ଚଳରେ ବିଦ୍ୟୁତର ଲୁଚକାଳି ଖେଳରେ ସ୍ଥାନୀୟ ଜନସାଧାରଣ ଅତିଷ୍ଟ ହୋଇପଡିଲେଣୀ। ବିଭାଗର ଦାୟିତ୍ବ ହିନତା ଓ ବିନା ସୂଚନାରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଛିନ୍ନ ହେଉଛି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ।
ଦୀର୍ଘ ସମୟ ଧରି ବିଦ୍ୟୁତ ବିଛିନ୍ନ , ଘଟଣା ବିଷୟରେ ଅଭିଯୋଗ ପାଇଁ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ପରିଡାଙ୍କ ସହ ସାକ୍ଷାତ ହୋଇପାରୁ ନାହିଁ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ସହ ଯୋଗାଯୋଗ କରିବା ପରେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ବୋଲି ସୂଚନା ମିଳିଛି।

Comments are closed.