ବାତ୍ୟା ଫନୀର ୧୨ ଦିନ ପରେ ପୁରୀକୁ ଆସିଲା ବିଦ୍ୟୁତ

ପୁରୀ .- ପ୍ରଳୟଙ୍କରୀ ବାତ୍ୟା ଫନି ପୁରୀ ସହର ସହ ପୁରୀ ଜିଲ୍ଲା , ଖୋର୍ଦ୍ଧା , ରାଜଧାନୀ ବୁବନେଶ୍ୱର , କଟକ ଓ ଜଗତସିଂହପୁରରେ ବିଦ୍ୟୁତ ସରୋବରାହର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ଭ୍ରଷ୍ଟ କରି ଦେଇଥିଲା । କଟକ ଓ ଭୁବନେଶ୍ୱରର ଅନେକାଂଶରେ ବିଦ୍ୟୁତ ବିତରଣ ସ୍ୱଭାବିକ ହୋଇଥିବା ବେଳେ ବାତ୍ୟାର ୧୨ ଦିନ ପରେ ବି ପୁରୀ ଅନ୍ଧାରରେ ରହିଛି । ପୁରୀରେ ୬୦ ହଜାରର ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ବେଳେ , ବଡ ବଡ ଟାଓ୍ୱାର ଭାଙ୍ଗିଯାଇଛି । ଅନେକ ସ୍ଥାନରେ ଗ୍ରୀଡ୍‌ ଓ ସବଷ୍ଟେସନ ନଷ୍ଟ ହୋଇଛି । ପ୍ରଳୟଙ୍କରୀ ଫନିର ୧୨ ଦିନ ପରେ ପୁରୀରେ ବିଦ୍ୟୁତ ପହଞ୍ଚିଛି ।

ମଙ୍ଗଳବାର ରାତିରେ ଶ୍ରୀରାମନଗର ଥିବା ବିଦ୍ୟୁତ ସବ ଷ୍ଟେସନକୁ ଚାର୍ଜ କରାଯାଇଥିଲା। ବୁଧବାରରେ ବଡଦାଣ୍ଡରେ ଥିବା ଘର ଓ ଦୋକାନକୁ ବିଦ୍ୟୁତ ଯୋଗାଣ କରାଯିବ । ଏହାପରେ ଗୋଟିଏ ଦିନ ମଧ୍ୟରେ କଚେରୀ, ଅଠରନଳା , ଚାରିନଳା ଓ ବଳିଆପଣ୍ଡାରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Comments are closed.