ବିଭିନ୍ନ ସମାସ୍ୟା ନେଇ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ଷ୍ଟାଣ୍ଡିଙ୍ଗ କମିଟିକୁ ଦାବୀପତ୍ର ପ୍ରଦାନ

ବୁର୍ଲା : ବିଦ୍ୟୁତ କର୍ମଚାରୀ ମାନଙ୍କୁ ଟାଟା ପାୱାର କର୍ତ୍ତୃପକ୍ଷ ଅଣଦେଖା, ଅବହେଳା, ପାତର ଅନ୍ତର ତଥା ବୈମାତୃକ ମନୋଭାବ କରୁଥିବାର ଅଭିଯୋଗ ନେଇ ଆଜି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପଶ୍ଚିମ ଓଡିଶା ଜୋନ ତରଫରୁ ବିଧାନସଭା ସବ ଷ୍ଟାଣ୍ଡିଙ୍ଗ ଶକ୍ତି କମିଟିଙ୍କୁ ଫେରାଦ ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅନେକ ଦିନରୁ କାର୍ଯ୍ୟରତ ୧୫ ଶହରୁ ଅଧିକ ଗ୍ରୀଡ କର୍ମଚାରୀ ଓ ବାର୍ହ୍ୟନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନିୟମିତ କରିବା ତଥା ନିୟମିତ କରିବାରେ ପକ୍ଷପାତିତା ନ କରିବା ଏବଂ ସ୍ଥାୟୀ କର୍ମଚାରୀ ମାନଙ୍କ ପଦୋନ୍ନତି କ୍ଷେତ୍ରରେ ଶକ୍ତି ବିଭାଗ ଉଚ୍ଚନ୍ୟାୟାଳୟ, ଓଇଆରସି ତଥା ଏସସି–ଏସ୍ଟି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ଆରଭି ଆକ୍ଟ ଲାଗୁକରି ତୁରନ୍ତ ପଦୋନ୍ନତି ଦେବା ତଥା ପଶ୍ଚିମ ଓଡିଶାର ଗ୍ରାହକ ମାନଙ୍କୁ ସୁଲଭ ଦରରେ ୨୪ ଘଣ୍ଟିଆ ବିଜୁଳି ପ୍ରଦାନ ପାଇଁ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପଶ୍ଚିମ ଓଡିଶା ଜୋନର ସମ୍ପାଦକ ତାପସ ନାଥ, ଉପଦେଷ୍ଟା ଜୟଦେବ ମିଞ୍ଜ ଓ ଉପସଭପତି ଅରବିନ୍ଦ ଛତ୍ରିଆ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

Comments are closed.