ମୁମ୍ବାଇରେ ବଡ଼ ଧରଣର ବିଜୁଳି ବିଭ୍ରାଟ : ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ, ଲୋକାଲ ଟ୍ରେନ ଚଳାଚଳ ପ୍ରଭାବିତ

ମୁମ୍ବଇ​ : ସୋମବାର ପୂର୍ବାହ୍ନରେ ମୁମ୍ବଇରେ ବଡ଼ ଧରଣର ବିଜୁଳି ବିଭ୍ରାଟ ଦେଖା ଦେଇଛି। ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହେବା ସହ, ଲୋକାଲ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

ଗ୍ରୀଡ୍ ଫେଲ୍ ଯୋଗୁ ମୁମ୍ବଇ ମହାନଗରର ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଛି। ବୃହନମୁମ୍ବଇ ବିଦ୍ୟୁତ୍ ଯୋଗାଣ ଏବଂ ପରିବହନ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଟାଟା ବିଦ୍ୟୁତ୍ ଯୋଗାଣ ପକ୍ଷରୁ ବିଦ୍ୟୁତ ଯୋଗାଣରେ  ବିଭ୍ରାଟ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି ବୋଲି ରିପୋର୍ଟ କରିଛି।

ଅନ୍ୟପକ୍ଷରେ, ମୁମ୍ବଇ ଟାଉନସିପରେ  ବିଦ୍ୟୁତ୍ ଯୋଗାଣ ଦାୟିତ୍ଵରେ ଥିବା କମ୍ପାନୀ ୱେଷ୍ଟ କହିଛି ଯେ, ସହରକୁ ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ଲାଣ୍ଟଗୁଡିକର ଗ୍ରୀଡ୍ ଫେଲ ହୋଇଛି। ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ତଥା ଥାନେ ସହରର କିଛି ଅଂଶରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏହି କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମଧ୍ୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, ଯେ ଗ୍ରୀଡ ବିଫଳତା ଯୋଗୁ ମୁମ୍ବଇରେ ଲୋକାଲ ଟ୍ରେନ ସେବା ବ୍ୟାହତ ହୋଇଛି। ବିଦ୍ୟୁତ୍ ଯୋଗାଣ କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସକାଳ ୧୦ ଟାରୁ ବାନ୍ଦ୍ରା, କୋଲାବା, ମହୀମ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି।

Comments are closed.