ବିଦ୍ୟୁତ ଆଘାତରେ ଶ୍ରମିକଙ୍କର ମୃତ୍ୟୁ

ପାଟଣା – ବିଦ୍ୟୁତ ଆଘାତରେ ଶ୍ରମିକଙ୍କର ମୃତ୍ୟୁ ।  ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଗଙ୍ଗାଧର ମୁଣ୍ଡା ଙ୍କ ପୁଅ ଯୋଗେଶ୍ୱର ମୁଣ୍ଡା(୩୦) କଟକରେ ରହି ଶ୍ରମିକ ଭାବେ କାମ କରୁଥିଲେ ।    କଟକ ନୂଆବଜାର ସ୍ଥିତ ଭଡା ଘରେ ବିଦ୍ୟୁତ ଆଘାତରେ ତାଙ୍କର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୂଲ ମଜୁରୀ ଲାଗି ଚାଲୁଥିବା ଯୋଗେଶ୍ୱର ଗତରାତି ଭଡା ଘରକୁ ଫେରିବା ପରେ ବିଜୁଳି ବଲ ଜଳୁ ନଥିବାରୁ ତାକୁ ତନଖି କରିବା ସମୟରେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇ ଥିଲେ ମଧ୍ୟ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ। କଟକରେ ଶବ ବ୍ୟବଚ୍ଛେଦ କରାଯାଇଛି ।

Comments are closed.