ବଜାର ପ୍ରବେଶ କଲା ଇଲେକ୍ଟ୍ରିକ ସ୍କୁଟର ‘ଓକିନାଓ୍ବା ଲାଇଟ’

ନୂଆଦିଲ୍ଲୀ : ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ଓକିନାଓ୍ବା ତାର ନୂଆ ସ୍କୁଟରକୁ ଶୁକ୍ରବାର ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ସ୍କୁଟରଟି ମହିଳା ଏବଂ ଯୁବକଙ୍କୁ ନଜରରେ ରଖି ବଜାରକୁ ଛାଡିଛି । ଏହାର ନାମ ‘ଓକିନାଓ୍ବା ଲାଇଟ’ ରଖାଯାଇଛି।

କମ୍ପାନୀର ସୂଚନା ଅନୁସାରେ, ଏହି ଓକିନଓ୍ବା ଲାଇଟ ସ୍କୁଟର ଯେଉଁମାନେ ଲମ୍ବା ଯାତ୍ରା କରୁ ନାହାନ୍ତି, କଲେଜ ପଢୁଥିବା ପିଲାମାନଙ୍କୁ ନଜରରେ ରଖି ବଜାରକୁ ଛଡ଼ାଯାଇଛି। ଏହି ସ୍କୁଟରରେ ଲିଥିୟମ ଆଇରନ ବ୍ୟାଟେରି ଦିଆଯାଇଛି। କମ୍ପାନୀ ଏହି ସ୍କୁଟରର ବ୍ୟାଟେରୀ ଏବଂ ମୋଟରରେ ୩ ବର୍ଷର ଓ୍ବାରେଣ୍ଟି ଦେବାସହ ୨୫୦ଓ୍ବାଟ ଓ୍ବାଟର ପ୍ରୁଫ ବିଏଲଡ଼ିସି ମୋଟର ଦେଉଛି ।

’ଓକିନାଓ୍ବା ଲାଇଟ’ର ସୋରୁମ ମୁଲ୍ୟ ୫୯,୯୯୦ ଟଙ୍କା ରଖାଯାଇଛି। ଏଥିରେ ଅଟୋ ହ୍ୟାଣ୍ଡେଲ ଲକ, ଓଟୋ ମଟୋର ଲକ ଏବଂ ବ୍ୟାଟେରି ଲକ ସହ ମୋବାଇଲ ଚାର୍ଜ କରିବା ପାଇଁ ସୁବିଧା ଦିଆଯାଇଛି। ଏହି ଇଲେକ୍ଟ୍ରି ସ୍କୁଟର ସ୍ପିଡ ୨୫କି.ମି ପ୍ରତି ଘଣ୍ଟା ରହିଥିବାବେଳେ ଫୁଲ ଚାର୍ଜରେ ଏହା ୫୦ରୁ ୬୦ କି.ମି ପର୍ୟ୍ୟନ୍ତ ଯାଇପାରିବ। ଏହାର ବ୍ୟାଟେରି ଫୁଲ ଚାର୍ଜ ହେବା ପାଇଁ ୪ରୁ ୫ ଘଣ୍ଟା ସମୟ ନେଉଥିବା ଜଣାପଡ଼ିଛି। ଏଥିରେ ଅଟୋମେଟିକ ଇଲେକ୍ଟ୍ରିକ ହ୍ୟାଣ୍ଡେଲ , ସେଲଫ ଷ୍ଟାର୍ଟ, ୧୭ ଇଞ୍ଚର ଷ୍ଟୋରେଜ କମ୍ପାର୍ଟ ମେଣ୍ଟ ଦିଆଯାଇଛି।

Comments are closed.