କରୋନାରେ ଆଖି ବୁଜିଲେ ବିଦ୍ୟୁତ କର୍ମଚାରୀ

ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗା ୩୩/୧୧ ବିଦ୍ୟୁତ ସବଷ୍ଟେସନ ପରିଚାଳନା ଦାୟିତ୍ୱରେ ଥିବା ଫେମସ ସିକ୍ୟୁରିଟି ଅଧିନ କର୍ମଚାରୀ ଉଚ୍ଚାବାଲି ଗ୍ରାମର ରଜତ କୁମାର ମହାନ୍ତ (୪୫) କରୋନାରେ ପ୍ରାଣ ହରାଇଛନ୍ତି। ଆଜି ଭୋର ସାଢେ ୪ ଟା ସମୟରେ ଜିଲ୍ଲା କରୋନା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ରଜତ କୁମାର ମହାନ୍ତ ଟାଟା ପାୱାର ନର୍ଥ ଓଡିଶା ଡିଭିଜନ ପ୍ରାଇଭେଟ ଲିମିଟେଡ ପାଇଁ ତୁରୁମୁଙ୍ଗା ସବଷ୍ଟେସନରେ କାର୍ୟ୍ୟ କରୁଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ ।

Comments are closed.