୩ୟ ଦିନରେ ୧୬୨୨ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ, ଆଦାୟ ହେଲା ୪ କୋଟି ୮୬ ଲକ୍ଷ

୩ ଦିନରେ ଆଦାୟ ହେଲା ୧୪ କୋଟି ୯୧ ଲକ୍ଷ ବେକେୟା ବିଦ୍ୟୁତ ବିଲ୍

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ତୃତୀୟ ଦିନରେ ପହଞ୍ଚିଛି । ଶନିବାର ତୃତୀୟ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୨୦ଟି ଡିଭିଜନର ୨୪୭ ସେକ୍ସନରେ ୧ ହଜାର ୬୨୨ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛନ୍ନ କରାଯାଇଥିବା ବେଳେ ମୋଟ ୪ କୋଟି ୮୬ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ କରାଯାଇଥିବା ସୂଚନା ମିଳିଛି।

ଶନିବାର ତୃତୀୟ ଦିନରେ ସେସୁର ୪୮୦ ଜଣ ସ୍ବତନ୍ତ୍ର ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ବକେୟା ବିଦ୍ୟୁତ ବିଲ ଦେଇନଥିବା ୧୦ହଜାର ୮୦୫ ବାଣିଜ୍ୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ସେମାନଙ୍କ ବକେୟା ଦେବାପାଇଁ କହିଥିଲେ। ୧୦ହଜାର ୮୦୫ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଶଂ ସେମାନଙ୍କ ବକେୟା ବିଦ୍ୟୁତ ବିଲ ପୈଠ କରିଥିଲେ। ସେମାନଙ୍କ ମଧ୍ୟରୁ ୨ହଜାର ୪୧୦ ଜଣ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲରେ ତ୍ରୁଟି ଥିବା ଦର୍ଶାଇଥିବା ବେଳେ ୫ ହଜାର ୩୮୭ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କର ବିଦ୍ୟୁତ ବିଲ ଇନଷ୍ଟଲମେଣ୍ଟରେ ପୈଠ କରିବେ ବୋଲି କହିଥିଲେ। ୧୦ହଜାର ୮୦୫ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ୧ ହଜାର ୬୨୨ ବାଣିଜ୍ୟିକ ଉପଭୋକ୍ତା କର୍ମଚାରୀ ମାନଙ୍କୁ ବକେୟା ବିଦ୍ୟୁତ ବିଲ ଦେଇ ନଥିଲେ ଯାହା ଫଳରେ ବିଦ୍ୟୁତ ବିଚ୍ଛନ୍ନ କର୍ମଚାରୀ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ।

ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ତୃତୀୟ ଦିନରେ ପହଞ୍ଚି ଥିବା ବେଳେ ମୋଟ ୫ ହଜାର ୧୨୩ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଏହି ୩ ଦିନରେ ମୋଟ ୧୪ କୋଟି ୯୧ ଲକ୍ଷ ବେକେୟା ବିଦ୍ୟୁତ ବିଲ୍  ଆଦାୟ ହୋଇଥିବା ସେସୁ ସୂଚନା ଦେଇଛି। ଉପଭୋକ୍ତାଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆସନ୍ତାକାଲି ରବିବାର ଥିବା ସତ୍ବେ ସମସ୍ତ ଅଫିସର ଓ କର୍ମଚାରୀ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।  ସେସୁର ସମସ୍ତ କାର୍ୟ୍ୟାଳୟ ଖୋଲା ରହିବା ସହ ଉପଭୋକ୍ତା ମାନେ ସେମାନଙ୍କ ବିଦ୍ୟୁତ ବିଲ ଏହି କାର୍ୟ୍ୟାଳୟରେ ପୈଠ କରିପାରିବେ।

Comments are closed.