୩୩ କେଭି ବିଦ୍ୟୁତ୍ ତାର ଲାଗି ଛାତ୍ର ଗୁରୁତର

ବଲାଙ୍ଗିର : ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଅଭାନୀୟ ଘଟଣା ବଲାଙ୍ଗିରର ଶାନ୍ତିପଡାସ୍ଥିତ ବେହେରା ହଷ୍ଟେଲରେ ଘଟିଛି। ଗୁରୁତର ଆହତ ହୋଇଥିବା ଛାତ୍ରଙ୍କ ନାମ ହେଉଛି ସୌମ୍ୟ ଭୋଇ(୧୮)। ତାଙ୍କ ଘର ସୋନପୁର ଜିଲାରେ ଏବଂ ସେ ସରକାରୀ ଆଇଟିଆଇ ଛାତ୍ର ବୋଲି ଜଣାପଡିଛି।

ମିଳିଥିବା ସୂଚନା​‌ ଅନୁଯାୟୀ, ଶନିବାର ସକାଳେ ସୌମ୍ୟ ଲୁଗାପଟା ଶୁଖେଇବାକୁ କୋଠା ଉପରକୁ ଯାଇଥିବା ବେଳେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି।

Comments are closed.