ବିଦ୍ୟୁତ ଆଘାତରେ ଜଣେ ଗୁରୁତର

ପାଟଣା : ଏକ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ପାଟଣା ଥାନା ଅନ୍ତର୍ଗତ ଜାମୁପଶି ଗ୍ରାମର ଗଣେଶ୍ଵର ମହାନ୍ତି । ସେ ବିଦ୍ୟୁତ ବିଭାଗର ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସୋମବାର ରାତିରେ ଏକ ଘରୋଇ କାର୍ଯ୍ୟ ନେଇ ବିଦ୍ୟୁତ ଖୁଣ୍ଟରେ ଚିଢି ଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଖୁଣ୍ଟରୁ ତଳକୁ ଖସିପଡିଥିଲେ । ଫଳରେ ତାଙ୍କର ମେରୁ ହାଡ ଭାଙ୍ଗିଯାଇଥିବା ବେଳେ ପେଟ, ଛାତି, ଗୋଡ ଓ ହାତ ଭାଙ୍ଗିରେ ଆଘାତ ଲାଗିଥିବା ଜଣାପଡିଛି ।

Comments are closed.