ବିଦ୍ୟୁତ ଆଘାତରେ ହେଲପର ମୃତ

0

ବଡସାହି: ବିଦ୍ୟୁତ ଲାଇନ ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ହେଲପରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସାନକେରକୋ ଗ୍ରାମର କୃପାସିନ୍ଧୁ ମହାନ୍ତ (୫୯)। ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧୀନ କୋଚିଳାଖୁଣ୍ଟା-ପାଇକପଡାକୁ ଯାଇଥିବା ବିଦ୍ୟୁତ ତାରକୁ ସଜାଡୁଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଦ୍ୟୁତ ଆଘାତ ଫଳରେ ସେ ତାରରେ ଝୁଲି ରହିଥିଲେ। ତାଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବାର ଜଣା ପଡିଛି। ଗ୍ରାମବାସୀମାନେ ତାଙ୍କୁ ତଳକୁ ଆଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି।

Leave A Reply