ଏଣିକି ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ ପୈଠ କରିପାରିବେ ବିଦ୍ୟୁତ ବିଲ୍

ଭୁବନେଶ୍ବର: ଏଣିକି ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ  ବିଦ୍ୟୁତ ବିଲ ପୈଠ କରିପାରିବେ ଉପଭୋକ୍ତା।  ସୋମବାର ସେସୁ ପକ୍ଷରୁ ଏଆରଟେଲ ସହ ଏନେଇ ଚୁକ୍ତି ସ୍ବାକ୍ଷର କରାଯାଇଛି।। ପ୍ରଥମ ପର୍ଯ୍ୟାୟରେ କେବଳ କଟକ-ଭୁବନେଶ୍ବରର ବିଦ୍ୟୁତ ଉପଭୋକ୍ତାମାନେ ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ ବିଦ୍ୟୁତ ବିଲ ପୈଠ କରିପାରବେ। ସେସୁର ସୂଚନା ଅନୁସାରେ କଟକ-ଭୁବନେଶ୍ବର ୧୬୦ଟି ଏଆରଟେଲ ପେମେଣ୍ଟ କାଉଣ୍ଟରରେ ଏହି ସୁବିଧା ଉପଲବ୍ଧ ରହିଛି। ଲୋକମାନଙ୍କୁ ବହୁତ ସମୟ ଧରି ଲାଇନରେ ଛିଡା ହୋଇ ବିଦ୍ୟୁତ ବିଲ ପୈଠ କରିବାରୁ ମୁକ୍ତି ଦେବା ପାଇଁ ସେସୁ ଏଆରଟେଲ ସହ ସହଭାଗିତା କରିଥିବା ଜଣାପଡିଛି। ଆଗକୁ ସେସୁ ପକ୍ଷରୁ ୯ ଟି ଜିଲାର ୨୭ ଲକ୍ଷ ଉପଭୋକ୍ତାଙ୍କ ପାଇଁ ୧୦,୦୦୦ ଏଆରଟେଲ ପେମେଣ୍ଟ ବ୍ୟାଙ୍କରେ ବିଦ୍ୟୁତ ବକେୟା ବିଲ୍  ସୁବିଧା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।

Comments are closed.