ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ନାହିଁ ନିସ୍ତାର ; ଆଜିଠୁଁ କଟିବ ପାଣି ଓ ବିଜୁଳୀ ସଂଯୋଗ

ଭୁବନେଶ୍ୱର: ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ। ଆଜି ଠାରୁ ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପାଣି ଓ ବିଜୁଳି ସଂଯୋଗ କଟାଯିବ। ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମ୍‌ସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି। ସେଥିରେ ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ରହିଛି।

ସୂଚନାଯୋଗ୍ୟ, ହୋଲ୍‌ଡିଂ ଟିକସ ବାବଦକୁ ଗତବର୍ଷ ୬୦ କୋଟି ଟଙ୍କାର ଆଦାୟ କରାଯିବ ବୋଲି ବିଏମ୍‌ସି ଲକ୍ଷ୍ୟ ରଖିଥିବା ବେଳେ ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ମାତ୍ର ୧୬ କୋଟି ଟଙ୍କା ଆଦାୟ ହୋଇଥିଲା।

Comments are closed.