ବିଦ୍ୟୁତ ଆଘାତରେ ଯୁବକ ମୃତ

ଶଵ ରଖି ୫ ଲକ୍ଷ କ୍ଷତିପୁରଣ ଦାଵୀ

ଵୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଠିକାଦାର କଲୋନୀରେ ଅଘଟଣ। ଜଣକ ଘରକୁ କାମ କରିବାକୁ ଯାଇ ମୃତ୍ୟୁ ମୁଖରେ ପଡିଲା ଯୁବକ। ଠିକାଦାର କଲୋନୀର ଵଣ୍ଟି ନାୟାରଙ୍କ ଘରକୁ ବିଦ୍ୟୁତ କାମ କରିବା ନିମନ୍ତେ ସେହି ଅଞ୍ଚଳର ପିଣ୍ଟୁ ରାୟ ନାମକ ଯାଇଥିଲା। ସେଠାରେ ବିଦ୍ୟୁତ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଷରେ ଆସି ପିଣ୍ଟୁ ପ୍ରାୟ ୧୫ ଫୁଟ ତଳକୁ ଖସି ଯାଇଥିଲା। ତଳେ ପଡି ଛଟପଟ ହେଉଥିଲେ ସୁଦ୍ଧା ଘରମାଲିକ ପିଣ୍ଟୁକୁ ମେଡିକାଲ ନେଇନଥିଲେ। ଏପରିକି ପିଣ୍ଟୁର ଘରକୁ ମଧ୍ୟ ସୂଚନା ଦେଇନଥିଲେ। ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଏହାଦେଖି ପିଣ୍ଟୁର ଘରେ ସୂଚନା ଦେଇଥିଲେ। ପିଣ୍ଟୁର ସାନ ଭାଇ ପିଣ୍ଟୁକୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ। ପିଣ୍ଟୁର ମୃତ୍ୟୁ ଖବର ମିଳିବ ମାତ୍ରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପିଣ୍ଟୁର ଦୁଇଟି ଛୁଆ ଥିବାବେଳେ ସେ ତାଙ୍କ ଘରେ ଏକୁଟିଆ ରୋଜଗାରିଆ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଘରଲୋକ ଅସହାୟ ହୋଇଯାଇଛନ୍ତି। ତେଣୁ ପିଣ୍ଟୁର ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Comments are closed.