ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍ ୩୦୬-୨୩୨ ଭୋଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରାଜିତ କରିଥିବା ଇଲେକ୍ଟୋରାଲ କଲେଜ ସୂଚନା ଦେଇଛି । ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ନିଜର ପରାଜୟକୁ ଅସ୍ବୀକାର କରିବାରୁ ଇଲେକ୍ଟୋରାଲ କଲେଜ ଚଳିତ ବର୍ଷ ରାଜ୍ୟ-ରାଜ୍ୟ ଭୋଟକୁ ଗୁରତ୍ବ ଦେଇ ଏହି ଘୋଷଣା କରିଛି ।

ଭୋଟରେ ଜାଲିଆତି ହୋଇଥିବା ଟ୍ରମ୍ପ ଅଭିଯୋଗ କରିବା ପରେ ବାଇଡ଼େନ୍ ଓ ଟ୍ରମ୍ପଙ୍କ ଭୋଟକୁ ଇଲେକ୍ଟୋରାଲ କଲେଜ ସମୀକ୍ଷା କରିଥିଲା ଓ ପ୍ରତ୍ୟେକ ଭୋଟ ଅନୁଧ୍ୟାନ କରାଯାଇଥିଲା । ଫଳାଫଳକୁ ଆସନ୍ତା ଜାନୁଆରୀ ୬ ତାରିଖରେ ୱାଶିଂଟନ ପଠାଯିବ ଏବଂ କଂଗ୍ରେସର ମିଳିତ ଅଧିବେଶନରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଅଧ୍ୟକ୍ଷତା କରିବେ ।

ନିର୍ବାଚନରେ ୭୪ ଭୋଟରେ ପରାଜିତ ହୋଇଥିବା ଟ୍ରମ୍ପ ନିଜର ପରାଜୟକୁ ସ୍ବୀକାର କରି ନ ଥିଲେ । ତଥାପି ପରବର୍ତୀ ସମୟରେ ଚାପଗ୍ରସ୍ତ ହୋଇ ଏହାକୁ ମାନିଥିଲେ ହେଁ ଶେଷପର୍ଯ୍ୟନ୍ତ ନିର୍ବାଚନରେ ଜାଲିଆତି ହୋଇଥିବା କହି ଆସୁଥିଲେ । ଇଲେକ୍ଟୋରାଲ କଲେଜ ଭୋଟ ସମୀକ୍ଷାରେ କାଲିଫର୍ଣିଆ ବାଇଡ଼େନଙ୍କୁ ବିଜୟରେ ଦ୍ବାର ଦେଶରେ ପହଞ୍ଚାଇଥିବା ଜଣାପଡ଼ିଛି ଏବଂ କେବଳ କାଲିଫର୍ଣିଆରୁ ବାଇଡ଼େନ ୫୫ଟି ଭୋଟ ପାଇଛନ୍ତି ।

ଆରିଜୋନା, ଜର୍ଜିଆ, ମିଚିଗାନ୍, ନେଭାଡା, ପେନସିଲଭାନିଆ ଏବଂ ୱିସ୍କନ୍ସିନ୍ରେ ଆଦି ଅଞ୍ଚଳରେ ବାଇଡ଼େନଙ୍କୁ ମଧ୍ୟ ପ୍ରଚୁର ସମର୍ଥନ ମିଳିଛି ବୋଲି ଇଲେକ୍ଯୋରାଲ କଲେଜ ସୋମବାର ଘୋଷଣା କରିଛି । ନିର୍ବାଚନ ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପଙ୍କ ସମର୍ଥକମାନଙ୍କ ଚାପ ଚିନ୍ତାର କାରଣ ହୋଇଥିଲେ ହେଁ ଶେଷ ପର୍ଯ୍ୟନ୍ତ ନିଷ୍ଠାର ସହ ଭୋଟ ସମୀକ୍ଷା କରାଯାଇଛି ବୋଲି ଇଲେକ୍ଟେରାଲ କଲେଜ ପକ୍ଷରୁ କୁହାଯାଇଛି ।

Comments are closed.