ସପ୍ତମ ପର୍ଯ୍ୟାୟ ନିର୍ବାଚନ ବଣ୍ଡ୍‍ ବିକ୍ରି ଆରମ୍ଭ

0

ନୂଆଦିଲ୍ଲୀ : ସପ୍ତମ ପର୍ଯ୍ୟାୟ ନିର୍ବାଚନ ବଣ୍ଡ୍‍ ବିକ୍ରି ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଏହି ବଣ୍ଡ୍‍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହାର ବିକ୍ରି ଚାଲିବ। ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍କୁ ଏହି ବଣ୍ଡ୍‍ ବିକ୍ରିପାଇଁ କ୍ଷମତା ଦିଆଯାଇଛି। ଏସବିଆଇ ତାହାର ୨୯ଟି ଅଧିକୃତ ଶାଖାରେ ଏହି ବଣ୍ଡ୍‍ ବିକ୍ରି କରିବ। ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନରେ ସ୍ୱଚ୍ଛତା ଆଣିବାପାଇଁ ନଗଦ ଟଙ୍କା ଦାନ ଆକାରରେ ଦେବା ବଦଳରେ ଏହି ନିର୍ବାଚନ ବଣ୍ଡ୍‍ କିଣି ଯେକୌଣସି ବ୍ୟକ୍ତି ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ କରିପାରିବେ। ଗତବର୍ଷ ନଭେମ୍ବର ମାସ ସୁଦ୍ଧା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବଣ୍ଡ ଜାରି ହୋଇସାରିବା ବେଳେ ମୋଟ ୧ ହଜାର ୫୭ କୋଟି ଟଙ୍କାର ନିର୍ବାଚନ ବଣ୍ଡ୍‍ ବିକ୍ରି ହୋଇସାରିଛି।

Leave A Reply