ଉପନିର୍ବାଚନ : ନଭେମ୍ବର ୨୫ରେ ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡରେ ୪ଟି ବିଧାନସଭା ଆସନ ପାଇଁ ହେବ ମତଦାନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡରେ ଖାଲିଥିବା ଚାରୋଟି ବିଧାନ ସଭା ଆସନରେ ହେବାକୁଥିବା ମତଦାନ ପାଇଁ ଶୁକ୍ରବାର ନିର୍ବାଚନ କମିସନ(ଇଲେକ୍ସନ କମିସନର ଅଫ ଇଣ୍ଡିଆ)ଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଆସନ୍ତାମାସ ନଭେମ୍ବର ୨୫(ସୋମବାର)ରେ ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡରେ ଖାଲିଥିବା ଚାରୋଟି ବିଧାନସଭା ଆସନ ପାଇଁ ମତଦାନ ହେବ ବୋଲି ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି। ମତଦାନର ଦୁଇ ଦିନ ପରେ ଅର୍ଥାତ ନଭେମ୍ବର ୨୮ ତାରିଖ(ଗୁରୁବାର) ଦିନ ଏହାର ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.