ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍

0

ଜୟପୁର/ହାଇଦ୍ରାବାଦ : ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି। ଆସନ୍ତା ଶୁକ୍ରବାର ଉଭୟ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁରଠାରେ ସୋମବାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପି ସଭାପତି ଅମିତ ଶାହା ଆଜି ରାଜସ୍ଥାନରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବରିଷ୍ଠ ବିଜେପି ନେତା ରାଜନାଥ ସିଂହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀ ଅନେକ ସ୍ଥାନରେ ନିର୍ବାଚନୀ ସଭାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।
ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଇଲଟ, ଅହମ୍ମଦ ପଟେଲ, ଜ୍ୟେତିରାଦିତ୍ୟ ସିନ୍ଧିଆ ଓ ନବଜୋତ ସିଂହ ସିଦ୍ଧୁ ପ୍ରମୁଖ ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ବିଏସ୍‍ପି ମୁଖ୍ୟ ମାୟାବତୀ ମଧ୍ୟ ଆଜି ରାଜସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାରେ ପ୍ରଚାର ଅଭିଯାନରେ ଯୋଗ ଦେଇଛନ୍ତି। ସେ ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଟିଆର୍‍ଏସ୍‍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଏବଂ ଏମ୍‍ଆଇଏମ୍‍ ସଭାପତି ଅସାଦୁଦ୍ଦିନ ଓୱେସି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାଗୁଡ଼ିକରେ ଉଦବୋଧନ ଦେଇଛନ୍ତି।

Leave A Reply