ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ପ୍ରଚାର ଅଭିଯାନ ସରଗରମ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି।  ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ସହ ରାଜ୍ୟରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ଝାଡ଼ଖଣ୍ଡରେ ୫ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି। ଆସନ୍ତା ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।  ଇତିମଧ୍ୟରେ ଶୁକ୍ରବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ଏହି ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୧୫ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ ଓ ତାହାପର ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଡିସେମ୍ବର ୨ ତାରିଖ ରହିଛି। ଏହି ପର୍ଯ୍ୟାୟରେ ୪ଟି ଜିଲ୍ଲାରେ ୧୫ଟି ନିର୍ବାଚନ ମଣ୍ଡଳୀରେ ଡିସେମ୍ବର ୧୬ ତାରିଖ ଦିନ ଭୋଟ୍‍ ନିଆଯିବ। ସେଗୁଡ଼ିକ ମଧ୍ୟରୁ ତିନୋଟି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତିଗୁଡ଼ିକ ପାଇଁ ସଂରକ୍ଷିତ ରହିଛି। ରାଜ୍ୟରେ ଆସନ୍ତା ୩୦ ତାରିଖରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ୍‍ ନିଆଯାଉଛି। ଡିସେମ୍ବର ୨୩ ତାରିଖରେ ଭୋଟ୍‍ ଗଣତି ହେବ।

Comments are closed.