୨୦୧୯ ବିଧାନସଭା ନିର୍ବାଚନ : ତିନି ରାଜ୍ୟରେ ଅଣ ବିଜେପି ସରକାର

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ସହିତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଅରୁଣାଚଳ ପ୍ରଦେଶକୁ ବାଦ ଦେଇ ଅନ୍ୟ ୩ଟି ରାଜ୍ୟରେ ଅଣ ବିଜେପି ସରକାର ଗଠନ ହେବାକୁ ଯାଉଛି।
୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ପେମା ଖଣ୍ଡୁଙ୍କ ନେତୃତ୍ୱରେ ବିଜେପି ପୁଣି ସରକାର ଗଠନ କରିବାକୁ ଯାଉଛି । ଏଠାରେ ବିଜେପି ୨୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ଆଗୁଆ ରହିଛି । ଏଠାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିବେଚିତ ହୋଇଛି।
ଓଡ଼ିଶାରେ ବିଜୁ ଜନତା ଦଳ ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୦୧ଟି ଆସନରେ ଆଗୁଆ ରହିଛି । ବିଜେପି ୨୨ଟି ଆସନ ଆଗୁଆ ଥିବାବେଳେ କଂଗ୍ରେସ ୯ଟି ଏବଂ ସିପିଆଇ(ଏମ୍‍) ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଁଏ ଆସନରେ ଆଗୁଆ ଅଛନ୍ତି । ତେଣୁ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅକଳୃତ କରିବାକୁ ଯାଉଛନ୍ତି
୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇଏସଆର କଂଗ୍ରେସ ୮୦ଟି ଆସନରେ ବିଜୟୀ ହୋଇଛି। ଏହାଛଡା ୬୭ଟି ଆସନରେ ଆଗୁଆ ରହିଛି। ତେଲଉଗୁ ଦେଶମ ପାର୍ଟି ୧୪ ଆସନରେ ବିଜୟୀ ହେବା ସହ ୧୦ଟି ଆସନରେ ଆଗୁଅ ରହିଛି। ଜଗନ ମୋହନ ରେଡ୍ଡି ଏଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ସେହିପରି ୩୨ ଆସନ ବିଶିଷ୍ଟ ସିକ୍କିମ ବିଧାନସଭା ନିର୍ବାଚନରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୧୬ଟି ଆସନରେ ବିଜୟ ଲାଭ କରିଛି ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଜ୍ୟର ଆଉ ଏକମାତ୍ର ଦଳ ସକ୍କିମ ଗଣତାନ୍ତ୍ରିକ ସାମୁଖ୍ୟ ୧୩ଟି ଆସନ ସହ ବିରୋଧୀ ଦଳ ଭୂମିକା ନିର୍ବାହ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

Comments are closed.