ମୋଦୀ ଏବଂ ଶାହାଙ୍କୁ ଅଭିନନ୍ଦନ ଜଣାଇଲେ ରାହୁଲ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପଥରେ ଅଗ୍ରସର ହେଉଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଆମେଥି ଲୋକସଭା ଆସନରେ ଆଗୁଆ ଥିବା ବିଜେପିର ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ସେ ଆମେଥିବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଫଳ ହେବେ ବୋଲି ରାହୁଲ କହିଛନ୍ତି।
ନିର୍ବାଚନ ଫଳାଫଳ ନେଇ ମତ ଗଣନା ଏବଂ ଆଗୁଆ ଆକଳନ ଆସିବା ପରେ ଶ୍ରୀ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଜନମତକୁ ସମ୍ମାନ ଜଣାଇ ଦଳର ପରାଜୟକୁ ସ୍ୱୀକାର କରିଛନ୍ତି। ଜନତାଙ୍କୁ ମାଲିକ କହିବା ସହ ଏକ ଭିନ୍ନ ବିଚାରଧାରା ନେଇ ତାଙ୍କ ଦଳ ନିର୍ବାଚନ ଲଢ଼ିଥିଲା ବୋଲି କହିଛନ୍ତି।

Comments are closed.