ଭୋଟ ଗଣନା ପାଇଁ ପ୍ରସ୍ତୁତି : ନିର୍ବାଚନ ସଦନ୨୪ ଘଣ୍ଟିଆ ଇଭିଏମ୍ କଣ୍ଟ୍ରୋଲ୍ ରୁମ୍

ନୂଆଦିଲ୍ଲୀ : ନିର୍ବାଚନ କମିଶନ୍ ନୂଆଦିଲ୍ଲୀର ନିର୍ବାଚନ ସଦନଠାରେ ଏକ ୨୪ ଘଣ୍ଟିଆ ଇଭିଏମ୍ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିଛି । ସେହି କଣ୍ଟ୍ରୋଲ୍ ରୁମରେ ଇଭିଏମ୍ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରାଯିବ।
Related Posts
ଷ୍ଟ୍ରଙ୍ଗ୍ ରୁମ୍ଗୁଡ଼ିକରେ ଇଭିଏମ୍ ରଖାଯିବା, ଷ୍ଟ୍ରଙ୍ଗ୍ ରୁମ୍ଗୁଡ଼ିକର ସୁରକ୍ଷା, ସିସିଟିଭି ତଦାରଖ, ଷ୍ଟ୍ରଙ୍ଗ୍ରୁମ୍ ଗୁଡ଼ିକରେ ଏଜେଣ୍ଟ୍ମାନଙ୍କୁ ମୁତୟନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁମତି ପ୍ରଦାନ, ଇଭିଏମ୍ ନେବା ଆଣିବା ଏବଂ ଭୋଟଗଣନା ସମ୍ବନ୍ଧୀୟ ଅଭିଯୋଗ ଓ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ଏଠାରେ ପଞ୍ଜିକରଣ କରାଯାଇ ତା’ର ସମାଧାନ କରାଯିବ । ଏଥିପାଇଁ ଥିବା ନମ୍ବରଟି ହେଉଛି – ୦୧୧-୨୩୦୫୨୧୨୩।